Ticker

6/recent/ticker-posts

ସ୍ତ୍ରୀ କୁ ମାରି ଖଣ୍ଡ ଖଣ୍ଡ କରି ଚୁଲିରେ ରୋଷେଇ କଲା ଖାଇବାକୁ ଗଲାବେଳେ ଘଟିଲା.... ! Ex Armyman Killed Wife | ZEE7 ODIA

ସ୍ତ୍ରୀ କୁ ମାରି ଖଣ୍ଡ ଖଣ୍ଡ କରି ଚୁଲିରେ ରୋଷେଇ କଲା ଖାଇବାକୁ ଗଲାବେଳେ ଘଟିଲା.... ! Ex Armyman Killed Wife | ZEE7 ODIA



 ସ୍ତ୍ରୀ କୁ କୁକୁଡ଼ା ପରି ଟିକ୍ ଟିକ୍ କରି ହାଣିଲା, ଖଣ୍ଡ ଖଣ୍ଡ ମାଂସକୁ ପ୍ରେସର୍ କୁକରରେ ସିଝେଇଲା ସଇତାନ ସ୍ବାମୀ !

ଏ ଭୟଙ୍କର ଘଟଣା ଶୁଣିଲେ ଆଉ କୋଉ ଝିଅ ବାହା ହେବାକୁ ଇଚ୍ଛା କରିବନି କି ସ୍ତ୍ରୀ ମାନେ ଆଉ ସ୍ବାମୀ ଉପରେ ବିଶ୍ୱାସ କରିବେନି । 

କାରଣ ଏଇ ଘଟଣାରେ ସଇତାନ ପାଲଟି ଗଲା ସ୍ୱାମୀ। ଯାହା ହାତ ଧରି ସାତ ଜନମର ସାଥୀ କରିଥିଲା, ତାକୁ ଟିକ୍ ଟିକ୍ କରି ହାଣିଦେଲା , କିନ୍ତୁ ତା’ର ହାତ ଥରିଲାନି। ପୁଣି ସେତିକିରେ ମନ ଭରିଲାନି ଯେ, ସ୍ତ୍ରୀ ଶରୀରର ଖଣ୍ଡ ଖଣ୍ଡ ମାଂସକୁ ପ୍ରେସର୍ କୁକରରେ ସିଝେଇଲା ଏବଂ ବଳକା ଅଂଶକୁ ହ୍ରଦରେ ଫିଙ୍ଗିଦେଲା। ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଶୁଣିଲେ ଆପଣ ବି ଥରି ଉଠିବେ। 




 ହାଇଦ୍ରାବାଦର ମୀରପେଟ ଥାନା ଅଞ୍ଚଳରେଏହି ଜଘନ୍ୟକାଣ୍ଡ ଘଟାଇଛନ୍ତି ଜଣେ ପୂର୍ବତନ ସେନା ଯବାନ। ଆଉ ସାମାନ୍ୟ ବଚସାରୁ ଘଟିଛି ଏମିତି ଭୟଙ୍କର ହତ୍ୟାକାଣ୍ଡ। ସ୍ତ୍ରୀକୁ ମାରିବା ପରେ ପ୍ରମାଣ ନଷ୍ଟ କରିବାକୁ ଯାହା ସବୁ କାଣ୍ଡ କରିଥିଲେ ଗୋଟି ଗୋଟି କରି ପୋଲିସ ଆଗରେ ସେ ସତ ମାନିଛନ୍ତି ।

ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲ୍ଲା ବାସିନ୍ଦା ଗୁରୁ ମୂର୍ତ୍ତି ୧୩ ବର୍ଷ ପୂର୍ବେ ଭେଙ୍କଟ ମାଧବୀଙ୍କୁ ବିବାହ କରିଥିଲେ। ପୂର୍ବରୁ ଗୁରୁ ସେନାରେ ଯବାନ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ଅବସର ପରେ ସେ କାଞ୍ଚନବାଗ ଡିଆରଡିଓରେ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିଲେ। 

ତେବେ ଗତ କିଛି ଦିନ ଧରି ଉଭୟ ସ୍ଵାମୀ ସ୍ତ୍ରୀ ଗୁରୁ ଓ ମାଧବୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଜାନୁଆରି ୧୮ ତାରିଖରେ ମାଧବୀ ହଠାତ୍ ନିଖୋଜ ହୋଇଗଲେ। ମାଧବୀ କେଉଁ ଆଡ଼େ ଚାଲିଯାଇଥିବା ମୂର୍ତ୍ତି ତାଙ୍କ ପରିବାର ସଦସ୍ୟଙ୍କୁ ଜଣାଇଥିଲେ। ମାଧବୀ ନିଖୋଜ ହେବା ନେଇ ନିଜେ ମୀରପେଟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଗୁରୁ। 


ତେବେ ଥାନାରେ ପୋଲିସର କେତୋଟି ପ୍ରଶ୍ନର ଉତ୍ତର ଠିକ୍ ଭାବେ ଦେଇ ପାରିନଥିଲେ ଗୁରୁ ମୂର୍ତ୍ତି। ଏହାକୁ ନେଇ ଗୁରୁଙ୍କ ଉପରେ ପୋଲିସର ସନ୍ଦେହ ବଢ଼ିଥିଲା ଆଉ ପରେ ତାଙ୍କୁ ଥାନାରେ ଅଟକ ରଖାଯାଇଥିଲା।


ପୋଲିସ ମାଧବୀଙ୍କ ସମ୍ପର୍କରେ ଗୁରୁଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲା। ଶେଷରେ ମାଧବୀଙ୍କୁ ନିଜେ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିଲେ ଗୁରୁ।

ଗୁରୁ କେମିତି ମାଧବୀଙ୍କୁ ହତ୍ୟା କଲେ ତାହା ଶୁଣି ପୋଲିସର ବି ହୋସ୍ ଉଡ଼ିଯାଇଥିଲା। ଗୁରୁ କହିଥିଲେ, ମାଧବୀଙ୍କ ସହ ବଚସା ହେବା ପରେ ମାଧବୀ ନିଜ ବାପ ଘରୁ ଯିବାକୁ ବାହାରିଥିଲେ। ଏଥିରେ ଆହୁରି ରାଗି ଯାଇଥିଲେ ଗୁରୁ। ଘରେ ଥିବା ଏକ ଧାରୁଆ ଅସ୍ତ୍ରରେ ମାଧବୀଙ୍କୁ ସେ ଆକ୍ରମଣ କରିଥିଲେ। କିଛି ସମୟ ଛଟପଟ ହେବା ପରେ ମାଧବୀଙ୍କର ମୃତ୍ୟୁ ହୋଇଥିଲା।

ପରେ ମାଧବୀଙ୍କ ମର ଶରୀରକୁ ବାଥରୁମକୁ ନେଇ ତାକୁ ଟିକ୍ ଟିକ୍ କରି କାଟି ଦେଇଥିଲେ ସଇତାନ ସ୍ବାମୀ ଗୁରୁ। ଆଉ କିଛି ମାଂସ ଖଣ୍ଡକୁ ପ୍ରେସର କୁକରରେ ସିଝାଇ ଥିଲେ। ବଳକା ଅଂଶଗୁଡ଼ିକୁ ଏକ ଅଖାରେ ଭର୍ତ୍ତି କରି ଚନ୍ଦନ ହ୍ରଦରେ ଫିଙ୍ଗି ଦେଇଥିଲେ।

ତେବେ ମାଧବୀଙ୍କୁ ହତ୍ୟା କରିଥିବା ମାନିବା ପରେ ଗୁରୁ ମୂର୍ତ୍ତିଙ୍କୁ ଗିରଫ କରିଥିଲା ପୋଲିସ ଆଉ ଘଟଣାସ୍ଥଳକୁ ଯାଇ ମାଧବୀଙ୍କ ଶରୀରର ଖଣ୍ଡ ଖଣ୍ଡ ଅଂଶକୁ ଜବତ କରିଥିଲା। 

ତେବେ ଜଣେ ସ୍ଵାମୀ ନିଜ ସ୍ତ୍ରୀ ଙ୍କୁ ଏମିତି କେମିତି ମାରି ପାରିଲା ତାହା ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି।




Post a Comment

0 Comments