Ticker

6/recent/ticker-posts

ମୋ ପାଇଁ ଭାରତ ମାତା ବଡ଼ ଇସଲାମ ଧର୍ମ ପଛରେ ଉପବାସ ଭାଙ୍ଗିଲେ ମହମ୍ମଦ ଶାମି ! Mohammed Shami | Cricket News

ମୋ ପାଇଁ ଭାରତ ମାତା ବଡ଼ ଇସଲାମ ଧର୍ମ ପଛରେ ଉପବାସ ଭାଙ୍ଗିଲେ ମହମ୍ମଦ ଶାମି ! Mohammed Shami | Cricket News


ଦେଶର ସେବା କରିବା ପାଇଁ ଧର୍ମକୁ ପଛରେ ରଖିଲେ କ୍ରିକେଟର ମହମ୍ମଦ ଶାମି!


ହଁ ଦର୍ଶକ ବନ୍ଧୁ, କୁହାଯାଏ ଦେଶର ସେବା କରିବା ଠାରୁ ଆଉ ବଡ଼ ଧର୍ମ ଏ ସଂସାରରେ ନାହିଁ। ଦେଶର ସେବା ହେଉଛି ସବୁଠାରୁ ବଡ଼ ଧର୍ମ। 

ତେଣୁ ଏବେ ଦେଶର ସେବା କରିବା ପାଇଁ ଧର୍ମକୁ ପଛରେ ରଖିଲେ କ୍ରିକେଟର ମହମ୍ମଦ ଶାମି । କିନ୍ତୁ ତାଙ୍କ ଉପରେ ସାରା ଦେଶର ଦର୍ଶକ ମାନେ ଖୁସି ଥିବା ବେଳେ ଇସଲାମ ଧର୍ମର ମୌଲାନା କିନ୍ତୁ ରାଗି ଯାଇଛନ୍ତି। 

ଉପବାସ ନକରିବାରୁ ଶାମିଙ୍କୁ ଟାର୍ଗେଟ କରିଛନ୍ତି ଏହି ମୌଲାନା। ୟୁପିର ବରେଲିରେ ରହୁଥିବା ମୌଲାନା ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଉପରେ ରାଗିଛନ୍ତି। ସେ କହିଛନ୍ତି ଯେ, ମହମ୍ମଦ ଶାମି ରମଜାନ ସମୟରେ ଉପବାସ ବା ରୋଜା ରଖି ନଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ସମୟରେ ତାଙ୍କୁ ପଡ଼ିଆରେ ଜୁସ୍ ବା ଏନର୍ଜି ଡ୍ରିଙ୍କ୍ ପିଉଥିବାର ଦେଖାଯାଇଥିଲା। ସେ ଜାଣିଶୁଣି ଉପବାସ ରଖି ନଥିଲେ, ଯାହା ଏକ ପାପ ଆଉ ସେ ଜଣେ ଅପରାଧୀ। ତେଣୁ ତାଙ୍କର ଏହି ବୟାନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। 




ତେବେ ସୂଚନା ଅନୁସାରେ, ଦୁବାଇରେ ଖେଳାଯାଇଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫିର ମ୍ୟାଚ୍ ସମୟରେ ମହମ୍ମଦ ଶାମି ଜୁସ୍ ପିଉଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏହା ଉପରେ ବରେଲିର ମୌଲାନାମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଅଲ୍ ଇଣ୍ଡିଆ ମୁସଲିମ୍ ଜମାତର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୌଲାନା ଶହାବୁଦ୍ଦିନ ରଜଭି ଏକ ବିବୃତି ଜାରି କରି କହିଛନ୍ତି ଯେ, "ଇସଲାମ ଧର୍ମ ଉପବାସକୁ ବାଧ୍ୟତାମୂଳକ ଘୋଷଣା କରିଛି। ଯଦି ଜଣେ ବ୍ୟକ୍ତି ଜାଣିଶୁଣି ଉପବାସ ରଖୁ ନାହାନ୍ତି, ତେବେ ସେ ଦୋଷୀ। ମହମ୍ମଦ ଶାମି ଉପବାସ ରଖି ନଥିଲେ ଯଦିଓ ଉପବାସ ରଖିବା ତାଙ୍କର କର୍ତ୍ତବ୍ୟ। ଉପବାସ ନ ରଖି, ଶାମି ଏକ ବଡ଼ ପାପ କରିଛନ୍ତି। ତେଣୁ ସେ ଶରୀୟା ଆଇନ୍ ଅନୁଯାୟୀ ଜଣେ ଅପରାଧୀ।"

ସେ ଆହୁରି କହିଛନ୍ତି ଯେ, "ମହମ୍ମଦ ଶାମି କେବେବି ଏହା କରିବା ଉଚିତ୍ ନୁହେଁ। ମୁଁ ସେମାନଙ୍କୁ ଇସଲାମର ନିୟମ ପାଳନ କରିବାକୁ ମାର୍ଗଦର୍ଶନ ଏବଂ ପରାମର୍ଶ ଦେଉଛି। କ୍ରିକେଟ୍ ଖେଳ, ସବୁ କାମ କର, କିନ୍ତୁ ଆଲ୍ଲା ବ୍ୟକ୍ତିଙ୍କୁ ଦେଇଥିବା ଦାୟିତ୍ୱ ମଧ୍ୟ ପୂରଣ କର। ଶାମି ଏସବୁ ବୁଝିବା ଉଚିତ। ଶାମି ତାଙ୍କ ପାପ ପାଇଁ ଆଲ୍ଲାଙ୍କୁ କ୍ଷମା ମାଗିବା ଉଚିତ।

ତେବେ ମହମ୍ମଦ ଶାମି ଙ୍କୁ ଏବେ ସାରା ଦେଶର ଦର୍ଶକ ମାନେ ସମର୍ଥନ ଜଣାଇଛନ୍ତି। ଦେଶର ସେବା କରି ଶାମୀ ବଡ଼ ପୁଣ୍ୟ ଅର୍ଜନ କରିଛନ୍ତି ବୋଲି କହିଛନ୍ତି।


Mohammed Shami | Cricket News Odia | mohammed shami controversy on roza | mohammed shami roza break | Odisha News | Odia News | ZEE7 ODIA 



ZEE7 ODIA is one of the Odisha's Leading 24/7 Information Channel Covering the latest news , affairs, Entertainment and Spiritual matters.




________________________________________________


🔹CONTACT US🔹




Email : zee7odia@gmail.com


WhatsApp No 

: 8984355505



Post a Comment

0 Comments