Ticker

6/recent/ticker-posts

ବିଜେପିରେ ଯୋଗଦେବେ ପାଣ୍ଡିଆନ ଫାଇନାଲ ସରିଛି ଡିଲ୍ ଚିନ୍ତାରେ ନବୀନ! VK Pandian | Naveen Pattnaik | ZEE7 ODIA

 

ବିଜେପିରେ ଯୋଗଦେବେ ପାଣ୍ଡିଆନ ଫାଇନାଲ ସରିଛି ଡିଲ୍ ଚିନ୍ତାରେ ନବୀନ! VK Pandian | Naveen Pattnaik | ZEE7 ODIA



ଯେଉଁ କାମ ପାଇଁ ନବୀନଙ୍କୁ ବିଜେପି ଗାଳି କରୁଥିଲା ଏବେ ନିଜେ ସେଇ କାମ କଲା!


ଯେଉଁ କାମ ପାଇଁ ନବୀନଙ୍କୁ ବିଜେପି ଗାଳି କରୁଥିଲା ଏବେ ନିଜେ ସେଇ କାମ କଲା , ଆଉ ସାରା ଓଡ଼ିଶା ଆଗରେ ନିଜେ ନିଜର ଗୁମର ଖୋଲିଦେଲା। କୁହାଯାଏ ରାବଣର ଲଙ୍କା ରାଜ୍ଯରେ ସମସ୍ତେ ଅସୁର, ଠିକ୍ ସେମିତି ସମାନ ଅବସ୍ଥା ବିଜେଡ଼ି ଆଉ ବିଜେପିର। ପୁଣି କୁହାଯାଏ ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ। ଠିକ୍ ସେମିତି କ୍ଷମତାକୁ ଥରେ ଯିଏ ଆସୁଛି ପୁରୁଣା କଥା ସବୁ ଭୁଲି ଯାଉଛି। କଥା ହେଉଛି, ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ପ୍ରହସନ କରି ରଖିଥିଲେ ପୂର୍ବର ନବୀନ ସରକାର । 


ଏହି ଘଟଣାର ତଦନ୍ତ ବିଚାର ବିଭାଗୀୟ କମିଶନ ଦ୍ୱାରା କରାଇଥିଲେ , ହେଲେ ରିପୋର୍ଟକୁ ଚାପି ଦେଇଥିଲେ । ସେତେବେଳେ ଏହାକୁ ବିଜେପି କଡ଼ା ବିରୋଧ କରିଥିଲା ଆଉ ରିପୋର୍ଟ ସାର୍ବଜନୀନ କରିବାକୁ କହିଥିଲା । ହେଲେ ଏବେ ଗାଦିରେ ବସିବା ପରେ ବିଜେପି ସେଇ ସମାନ କାମ କରିଛି। ନବୀନ ପଟ୍ଟନାୟକଙ୍କ ସ୍ୱର ରେ ହଁ କହିଲେଣି ଓଡ଼ିଶାର ମୁଖ୍ୟମନ୍ତ୍ରୀ । 


ଏବେ ବିଜେପି ସରକାରରେ ମଧ୍ୟ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ରିପୋର୍ଟ ପ୍ରକାଶ ପାଇବ ନାହିଁ । ଏଥିପାଇଁ ସରକାର ବାଧ୍ୟ ନୁହନ୍ତି ବୋଲି କହିଲେଣି । ଯାହା ସିଧା ସଳଖ କୋଟି କୋଟି ଭକ୍ତଙ୍କ ଭାବନାକୁ ବିଜେପିର ଧୋକା ବୋଲି କୁହାଯାଉଛି । ତେଣୁ ବିଜେପିକୁ ଓଡ଼ିଶାର ଶାସନ କ୍ଷମତା ଦେଇ ଓଡ଼ିଶା କି ଲାଭ ପାଇଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି। 

ତେବେ ୨୦୧୮ ମସିହାରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ଖୋଲିବାକୁ ଧାର୍ଯ୍ୟ ହୋଇଥିଲା ଆଉ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଚାବି ଖୋଲିବାକୁ ଯାଇଥିଲା ଟିମ । ହେଲେ ଦୁଆର ମୁହଁରେ ଜଣାପଡ଼ିଥିଲା ରତ୍ନଭଣ୍ଡାର ଚାବି ନାହିଁ ବରଂ ହଜି ଯାଇଛି । ତେଣୁ ରତ୍ନଭଣ୍ଡାର ଖୋଲା ସ୍ଥଗିତ ରହିଲା । 


ପରେ ନାଟକୀୟ ଭାବେ ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଚାବି ପାଇଗଲେ । ଟେଜେରୀରେ ରହିବାକୁ ଥିବା ଚାବି ମାଲଖାନାରେ ମିଳିଲା । ତେଣୁ ଚାବିର ସତ୍ୟତା ନେଇ ପ୍ରଶ୍ନ ଉଠିଲା । ଜଣେ ପୁରୁଖା ସେବକଙ୍କ ପୁରୁଣା ଚାବିକୁ ଜିଲ୍ଲାପାଳ ରତ୍ନଭଣ୍ଡାର ଚାବି କହି ଥୋଇଥିବା ଚର୍ଚ୍ଚା ହେଲା । ଏପରିକି ଚାବି ହଜିଥିବା ନେଇ କୌଣସି ଜିଲ୍ଲାପାଳ ବା ମୁଖ୍ୟ ପ୍ରଶାସକ ଥାନାରେ ଏତଲା ଦେଲେ ନାହିଁ । ମନମର୍ଜିରେ ସବୁ ଚାଲିଲା । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ଓ ଭକ୍ତର ଭାବନା ସହ ଅଫିସରମାନେ ଫୁଟବଲ ଖେଳିଲେ । 

ଏମିତି ନାନା ଅଭିଯୋଗ ପରେ ନବୀନ ସରକାର ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ କଲେ । ତଦନ୍ତ କମିଟି ତାର ରିପୋର୍ଟ ମଧ୍ୟ ଦେଲେ । ସେଇ ରିପୋର୍ଟ ପ୍ରକାଶ କରି ଚାବି ହଜିବା ଘଟଣାର ପର୍ଦ୍ଦାଫାସ କରିବାକୁ ଦାବି କଲେ ଭକ୍ତଗଣ । ସେତେବେଳେ ବିରୋଧୀ ଥିବା ବିଜେପି ଅଡ଼ି ବସିଲା ଆଉ ରତ୍ନଭଣ୍ଡାର ଚାବି ହଜିବା ତଦନ୍ତ ରିପୋର୍ଟ ପ୍ରକାଶ କରିବାକୁ ଦାବି କଲା । ବିଜେପି ସରକାରକୁ ଆସିଲେ, ଏହାର ରହସ୍ୟ ଉନ୍ମୋଚନ ହେବ ବୋଲି କହିଥିଲା ବିଜେପି ।

 ଏଥର ସତକୁ ସତ ନବୀନ ସରକାର ହଟିବା ପରେ ବିଜେପି ସରକାର ଆସିଲା । ବିଜେପି ସରକାରକୁ ଆସିବା ପରେ ଲୋକଙ୍କ ମନରେ ଭରସା ବଢ଼ିଲା, ସରକାର ରତ୍ନଭଣ୍ଡାର ଚାବି ତଦନ୍ତ ରିପୋର୍ଟ ପ୍ରକାଶ କରିବେ ଆଉ ଦୋଷୀ କିଏ ଧରିବେ । 

ଓମସ୍ତଙ୍କର ଆଶା ଥିଲା ମୋହନ ମାଝୀଙ୍କ ସରକାର ଅଫିସରଙ୍କ ହୀନକାର୍ଯ୍ୟ ଓ ରତ୍ନଭଣ୍ଡାର ଚାବିକୁ ନେଇ ଥିବା ବିବାଦର ପର୍ଦ୍ଦାଫାସ କରିବେ । ହେଲେ ତାହା ହେବାର ନାହିଁ । କାରଣ ଏବେ ନବୀନଙ୍କ ସ୍ୱର ସହ ସ୍ୱର ମିଶାଇ ଦେଲେଣି ମୋହନ ସରକାର । ହାଇକୋର୍ଟରେ ସତ୍ୟପାଠ ଦେଇ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ରିପୋର୍ଟ ପ୍ରକାଶ କରିବା ପାଇଁ ସରକାର ବାଧ୍ୟ ନୁହନ୍ତି ବୋଲି ଦର୍ଶାଇଛନ୍ତି । ତେଣୁ ସରକାରଙ୍କର ଏହି ଯୁକ୍ତି ମୋହନ ସରକାରଙ୍କ ପ୍ରତି ଜନତାଙ୍କର ଥିବା ବିଶ୍ୱାସକୁ ଭାଙ୍ଗିବ ବୋଲି କୁହାଯାଉଛି । ମୋହନ କାହିଁକି ଭକ୍ତଙ୍କ ଭାବନା ସହ ଖେଳୁଛନ୍ତି ବୋଲି ପ୍ରଶ୍ନ ହେଉଛି ।

ତେବେ ମୋହନ ସରକାର ଚାବି କେଳେଙ୍କାରୀକୁ ଖୋଲୁଛନ୍ତି ନା ନବୀନଙ୍କ ପରି ଫାଇଲକୁ ମାଡ଼ିବସି ଅଭିଯୁକ୍ତ ଆଇଏଏସ ମାନଙ୍କୁ ସୁରକ୍ଷା ଦେଉଛନ୍ତି , ତାହା ଦେଖିବାକୁ ଲୋକେ ଅପେକ୍ଷା କରିଛନ୍ତି।


Naveen Pattnaik | Narendra Modi | Mohan Majhi | VK Pandian | Political News | Politics News | Odisha News | Odia News | ZEE7 ODIA | BJP | BJD



ZEE7 ODIA is one of the Odisha's Leading 24/7 Information Channel Covering the latest news , affairs, Entertainment and Spiritual matters.








________________________________________________




🔹CONTACT US🔹








Email : zee7odia@gmail.com




Whats

App No 


: 8984355505







Post a Comment

0 Comments