୨୦୨୫ ରେ ଧ୍ଵଂସ ହେବ ପୃଥିବୀ ମାଡ଼ ହେବ ବିଶାଳ ଗ୍ରହ ! Asteroid Attack In Earth | ZEE7 ODIA
ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବଡ଼ ବିପଦ, ଫୁଟବଲ୍ ପଡ଼ିଆ ଆକାରର ଏକ ଗ୍ରହାଣୁ ହେବ ମାଡ଼
ହଁ ଦର୍ଶକ ବନ୍ଧୁ, ଏଇ ବର୍ଷ ପାପର ଫଳ ପାଇବ ମଣିଷ ଆଉ ଧ୍ବଂସ ହୋଇଯିବ ସମ୍ପୂର୍ଣ ବିଶ୍ଵ । ମଣିଷ ଯେମିତି ପୃଥିବୀକୁ ନଷ୍ଟ କରି ଚାଲିଛି ଏବେ ତାର ପରିଣାମ ଭୋଗିବା ପାଇଁ ଯାଉଛି । ମାଳିକା ବଚନ ଏବେ ସତ ହୋଇଯିବ ଆଉ ଜୀବଜଗତ ଲୋପ ପାଇଯିବ ବୋଲି ଆଶଙ୍କା କରାଯାଉଛି। ଯାହାକୁ ନେଇ ଆମେରିକା ସହ ବଡ଼ ବଡ଼ ଦେଶର ବୈଜ୍ଞାନିକ ମାନେ ମଧ୍ୟ ଚିନ୍ତିତ ହୋଇ ପଡିଛନ୍ତି।
ସୂଚନା ଅନୁସାରେ, ପୃଥିବୀ ଆଡକୁ ଏକ ବଡ଼ ବିପଦ ମାଡ଼ି ଆସୁଛି। ଫୁଟବଲ୍ ପଡ଼ିଆ ଆକାରର ଏକ ଗ୍ରହାଣୁ କ୍ଷୀପ୍ର ଗତିରେ ଛୁଟି ଆସୁଛି। ଏହାର ନାମ - 2024 YR4 ରହିଛି। ଏହା ୨୦୩୨ରେ ଡିସେମ୍ବର ୨୨ରେ ପୃଥିବୀ ସହ ଧକ୍କା ହୋଇପାରେ ବୋଲି କୁହାଯାଉଛି। ମାତ୍ର ପୃଥିବୀ ଉପରେ ଏହାର ପ୍ରଭାବକୁ ନେଇ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ଦାବି କରୁଛନ୍ତି।
ଏହାର କୌଣସି ପ୍ରଭାବ ପୃଥିବୀ ଉପରେ ପଡ଼ିବ ନାହିଁ ବୋଲି କିଛି ବୈଜ୍ଞାନିକ କହୁଥିବାବେଳେ ଆଉ କିଛି ଆଂଶିକ ପ୍ରଭାବ ପଡ଼ିବ ବୋଲି କହିଛନ୍ତି। ଆମେରିକା ମହାକାଶ ଏଜେନ୍ସି ନାସା ପକ୍ଷରୁ ଏହି ଗ୍ରହାଣୁର ଭିଡିଓ ଜାରି କରାଯାଇଛି। ତେବେ କେତେକ ବୈଜ୍ଞାନିକଙ୍କ ସୂଚନା ଅନୁଯାୟୀ ଏହି ଗ୍ରହାଣୁ ଯୋଗୁଁ ପୃଥିବୀ ଉପରେ କୌଣସି ପ୍ରଭାବ ପଡ଼ି ନ ପାରେ। କିନ୍ତୁ ଏହା ଭିତରେ ଧକ୍କା ହେବାର ସମ୍ଭାବନା ୧ ଦଶମିକ ୮ ପ୍ରତିଶତରୁ ୨ ଦଶମିକ ୩ ପ୍ରତିଶତକୁ ବୃଦ୍ଧି ପାଇଛି। ଏହାର ଆକାର ପାଖାପାଖି ୩୦୦ ଫୁଟ ବା ୯୦ ମିଟର ହୋଇପାରେ । ଫୁଟବଲ ପଡ଼ିଆ ଆକାରର ଏହି ଗ୍ରହାଣୁ ସମଗ୍ର ସହରକୁ ଧ୍ବଂସ କରି ଦେଇପାରେ। ତେଣୁ ଏସବୁ ଏବେ ପୃଥିବୀ ପାଇଁ ଭୟଙ୍କର ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି।
ୟୁରୋପୀୟ ମହାକାଶ ଏଜେନ୍ସି ଅନୁଯାୟୀ ୨୦୩୨ ଡିସେମ୍ବର ୨୨ରେ ଏହି ଗ୍ରହାଣୁ ପୃଥିବୀର ଅତି ନିକଟତର ହେବ। ଏହା ପୃଥିବୀ ଦେଇ ସୁରକ୍ଷିତ ଭାବେ ଅତିକ୍ରମ କରିବାର ୯୯ ପ୍ରତିଶତ ସମ୍ଭାବନା ରହିଛି । ଟୋରିନୋ ଇମ୍ପାକ୍ଟ ହାଜର୍ଡ ସ୍କେଲରେ ଏହାର ରେଟିଂ ୩ ରହିଛି। ଏହି ସ୍କେଲ୍ ୦ରୁ ୧୦ ପର୍ଯ୍ୟନ୍ତ ରହିଲେ କୌଣସି ବିପଦ ନ ଥାଏ।
କିନ୍ତୁ , ଏବେ ବି ଅନେକ ବୈଜ୍ଞାନିକ ଏହାକୁ ନେଇ ଭୟ ସୃଷ୍ଟି କରିବା ପରି ଆଶଙ୍କା କରୁଛନ୍ତି। ତେବେ ଆଗକୁ ଏହି ଘଟଣାରେ ବୈଜ୍ଞାନିକ ମାନେ କେଉଁ ତଥ୍ୟ ପାଇବେ ତାହା ଉପରେ ସବୁକିଛି ନିର୍ଭର କରୁଛି।
1 Comments
Hii
ReplyDelete