Ticker

6/recent/ticker-posts

ଚନ୍ଦା ମୁଣ୍ଡରେ ଉଠିବ ବାଳ କରନ୍ତୁ ଏହି କାମ ! GHARAI UPACHAR | Hair Fall Solution At Home In Odia

 ଚନ୍ଦା ମୁଣ୍ଡରେ ଉଠିବ ବାଳ କରନ୍ତୁ ଏହି କାମ ! GHARAI UPACHAR | Hair Fall Solution At Home In Odia



ଚନ୍ଦାମୁଣ୍ଡରେ ଗୋଟେ ସପ୍ତାହରେ ଉଠିବ ବାଳ, ଆୟୁର୍ବେଦିକ ଔଷଧର ଏମିତି ବଳ

ଆୟୁର୍ବେଦିକ୍ ଷଧର ଏମିତି ବଳ ରହିଛି ଯେ ଚନ୍ଦାମୁଣ୍ଡରେ ଗୋଟେ ସପ୍ତାହରେ ଉଠିବ ବାଳ । ଯେଉଁ ଉପାୟକୁ ବ୍ୟବହାର କରି ହଜାର ହଜାର ବର୍ଷ ଧରି ଲୋକମାନେ ନିଜକୁ ସୁସ୍ଥ ସୁନ୍ଦର ରଖୁଥିଲେ, ଆଉ ଚନ୍ଦା ପଣରୁ ମୁକ୍ତି ପାଉଥିଲେ , ଆଜି ସେହି ପୁରୁଣା ଉପାୟ ଆପଣଙ୍କୁ କହିବା ପାଇଁ ଯାଉଛୁ। 



ଆଜିକାଲି ବିଜ୍ଞାନ ଆଉ କଳକାରଖାନା ଯୁଗରେ ଚାରିଆଡ଼େ ବିଷାକ୍ତ ପରିବେଶ କାରଣରୁ ଚୁଟି ଅଳ୍ପ ବୟସରୁ ଝଡ଼ି ଯାଉଛି । ଅନେକ ଲୋକ ଯୁବକ ସମୟରୁ ଚନ୍ଦା ହୋଇ ଯାଉଥିବା ଦେଖିବାକୁ ମିଳୁଛି। ଆଜିକାଲି ଚନ୍ଦାମୁଣ୍ଡ ହେବା ଏକ ସାଧାରଣ କଥା ହୋଇଗଲାଣି। ତେଣୁ ଲୋକ ମାନଙ୍କୁ ଠକି ବ୍ୟବସାୟ କରିବା ପାଇଁ ଅନେକ ନାମୀ ଦାମୀ କମ୍ପାନୀର ପ୍ରଡକ୍ଟ ବିକ୍ରି ହେଉଛି। କିନ୍ତୁ ତାହା ଶରୀରକୁ ଲାଭ ବଦଳରେ ଅଧିକ କ୍ଷତି ଦେଉଛି। କିନ୍ତୁ ଆଜି ଆମେ ପ୍ରାକୃତିକ ଉପାୟରେ କେମିତି ଚନ୍ଦାପଣ ରୁ ମୁକ୍ତି ପାଇବେ ସେଇ ବିଷୟରେ କହିବୁ। 


ପ୍ରଥମ ସହଜ ଆଉ ସରଳ ଉପାୟ ହେଉଛି, ବାଳ ଉପୁଡ଼ି ଯାଉଥିବା ଜାଗାରେ ମନ୍ଦାର ମନ୍ଦାରଫୁଲକୁ ବାଟି ଲଗାଇବ । ଏମିତି ବାରମ୍ଵାର କରିବା ଦ୍ଵାରା ଧୀରେ ଧୀରେ ଚନ୍ଦା ମୁଣ୍ଡରେ ଚୁଟି ଉଠିବା ଆରମ୍ଭ ହୋଇଥାଏ। 



ଦିତୀୟ ଉପାୟ ହେଉଛି, ଖାଣ୍ଟି ନଡ଼ିଆ ତେଲରେ ମନ୍ଦାରଫୁଲ କଢ଼ି ଓ ବିଛୁଆତି ଚେରକୁ ମିଶାଇ ପାକ କରିବା ଦରକାର । ଏହି ତୈଳକୁ ଚନ୍ଦା ମୁଣ୍ଡରେ ଲଗାଇଲେ ବାଳ ଉଠେ । ଏମିତି କରିବା ଦ୍ୱାରା କିଛି ଦିନ ଭିତରେ ଚନ୍ଦା ପଣରୁ ମୁକ୍ତି ମିଳେ। 


ତେବେ ତୃତୀୟ ଉପାୟ ବର୍ତ୍ତମାନର ଆଇନ କାନୁନ ବ୍ୟବସ୍ଥା ଦୃଷ୍ଟିରୁ ପାଳନ କରିବା ସମ୍ଭବ ନୁହେଁ। କିନ୍ତୁ ଏହି ଉପାୟରେ ମଧ୍ୟ ଚନ୍ଦା ମୁଣ୍ଡରେ ଚୁଟି ଉଠିଥାଏ। ଅନୁଭୂତ ଯୋଗମାଳା ପୁସ୍ତକ ରେ ଏହାର ବର୍ଣ୍ଣନା କରାଯାଇଛି। 

ପ୍ରଥମେ ହାତୀଦାନ୍ତକୁ ଚୂର୍ଣ୍ଣ କରି ଭସ୍ମ କରିବ । ସେହି ଭସ୍ମରେ ସମଭାଗ ରସାଞ୍ଜନ ମିଶାଇ ଛେଳିଦୂଧରେ ମର୍ଦ୍ଦନ କରି ଚନ୍ଦାମୁଣ୍ଡରେ ମାଲିସ କଲେ ବାଳ ଉଠେ I 


ଏହି ସବୁ ପଦ୍ଧତି ଅବଲମ୍ବନ କରି ଆପଣ ମଧ୍ୟ ଚନ୍ଦା ମୁଣ୍ଡରେ ଚୁଟି ଉଠିବାର ଫାଇଦା ଲାଭ କରି ପାରିବେ। 

ତେବେ ଦର୍ଶକ ବନ୍ଧୁ, ଏହି ସବୁ ତଥ୍ୟର କୌଣସି ଗ୍ୟାରେଣ୍ଟି ଆମ ପାଖରେ ନାହିଁ। କିମ୍ବା ଆମେ ନିଜେ ଏହାକୁ ପରୀକ୍ଷା କରି ଦେଖି ନାହୁ। କେବଳ ପୁସ୍ତକରେ ଥିବା ତଥ୍ୟ ଆଧାରରେ ଏ ଖବର ପରିବେଷଣ କରାଯାଇଛି।


ZEE7 ODIA is one of the Odisha's Leading 24/7 Information Channel Covering the latest news , affairs, Entertainment and Spiritual matters.

________________________________________________


Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair.


🔹CONTACT US🔹

Email : zee7odia@gmail.com

WhatsApp  No : 8984355505

Post a Comment

0 Comments