Ticker

6/recent/ticker-posts

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶାରୁ ବିଦା କର ମୋଦିଙ୍କୁ ଚିଠି ଲେଖିଲେ ମୋହନ ! Mohan Majhi | Modi | ZEE7 ODIA

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶାରୁ ବିଦା କର ମୋଦିଙ୍କୁ ଚିଠି ଲେଖିଲେ ମୋହନ ! Mohan Majhi | Modi | ZEE7 ODIA



 ଓଡ଼ିଶା ରାଜନୀତିରୁ ଆଉଟ୍ ହେବେ ଧର୍ମେନ୍ଦ୍ର ପ୍ରଧାନ, ଏକାଠି ହେଲେ ସବୁ ନେତା 



ଏବେ ଓଡ଼ିଶା ରାଜନୀତିରୁ ଆଉଟ୍ ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଉ ଚଳିବନି ତାଙ୍କ ରାଜନୀତି କି ରହିବନି ତାଙ୍କ କଥା। ଧର୍ମେନ୍ଦ୍ର ପ୍ରଧାନ କୁଆଡେ ଜାଣିଶୁଣି ବିଜେପି ସରକାର ଙ୍କୁ କାମ କରିବାକୁ ଦେଉ ନାହାନ୍ତି ବୋଲି ମୋଦିଙ୍କ ପାଖରେ ଖବର ପହଞ୍ଚିଛି। ତେଣୁ ମୋଦି ଏବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅଧିକ କ୍ଷମତା ଦେଇଛନ୍ତି ବୋଲି ଚର୍ଚ୍ଚା ଚାଲିଛି। 


ତେବେ ଏହାରି ଭିତରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଘରେ BJPର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ ହୋଇଥିବା ବେଳେ ଭାଜପା ରାଜ୍ୟ ସଭାପତି ମନମୋହନ ମଧ୍ୟ ଉପସ୍ଥିତ ଥିଲେ। ଏହା ସହ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଙ୍କ ସହ BJP ସାଧାରଣ ସମ୍ପାଦକ ଏହି ବୈଠକରେ ଯୋଗ ଦେଇଥିଲେ। ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ଚାଲିଛି। ତେବେ ଉକ୍ତ ବୈଠକରେ ନିଗମ ଓ ବୋର୍ଡ ଅଧ୍ୟକ୍ଷ ପଦ ଚୂଡ଼ାନ୍ତ ନେଇ ଆଲୋଚନା ହୋଇଥିବା ଜଣାପଡିଛି। କିନ୍ତୁ ଏଥିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀର କୌଣସି ନେତାଙ୍କୁ ସୁଯୋଗ ମିଳିବନି ବୋଲି ଅନୁମାନ କରାଯାଉଛି। 

ତେବେ କାହାକୁ ନିଗମ ଏବଂ ବୋର୍ଡ ଅଧ୍ୟକ୍ଷ ପଦ ମିଳିବ ତାହା ଅଳ୍ପ କିଛିଦିନ ମଧ୍ୟରେ ଜଣାପଡିଯିବ। ୧୦୦ରୁ ଅଧିକ ପଦପଦବୀ ଖାଲିଥିବା ବେଳେ ଏହାକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ ଆଉ ନିଯୁକ୍ତି ନେଇ କୌଣସି ନେତାଙ୍କ ଲବି କାମ କରିବନି ବୋଲି ଜଣା ପଡ଼ିଛି। 

ନିଗମ, ବୋର୍ଡ, କମିଶନ ଓ ଜିଲା ପ୍ଲାନିଂ ବୋର୍ଡ ଖାଲି ପଡ଼ିଛି , ଯେଉଁଥିରେ ବିଜେପି ନେତାଙ୍କୁ ଥଇଥାନ କରାଯିବ । ହେଲେ କାହାକୁ ମିଳିବ କେଉଁ ପଦ? ରାଜ୍ୟରେ ବିଜେପି ସରକାର ଆସିବା ପରେ ବିଭିନ୍ନ ନିଗମ ଏବଂ ବୋର୍ଡ ଗୁଡ଼ିକୁ ଭାଙ୍ଗି ଦିଆଯାଇଥିଲା। ଏହା ଭିତରେ ସରକାର ହେବାର ଆଠ ମାସ ବିତି ସାରିଲାଣି। ମାତ୍ର ନିଗମ, ବୋର୍ଡ, କମିଶନ, ଜିଲ୍ଲା ପ୍ଲାନିଂ ବୋର୍ଡର ପଦପଦବୀ ଖାଲି ପଡ଼ିଛି। ଏବେ ୩୪ରୁ ଅଧିକ ନିଗମ ଏବଂ ୨୦ରୁ ଅଧିକ ବୋର୍ଡ ଅଧ୍ୟକ୍ଷ ପଦ ଖାଲି ରହିଛି। ତାହା ସହିତ ଉପଦେଷ୍ଟା ଏବଂ ଉପାଧ୍ୟକ୍ଷ ପଦଗୁଡ଼ିକ ମଧ୍ୟ ଖାଲି ରହିଛି। ୧୦୦ରୁ ଅଧିକ ପଦପଦବୀ ଖାଲିଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହଥିଲେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ ନିଗମ,ବୋର୍ଡ କମିସନ ନିଯୁକ୍ତି ନେଇ ନିଷ୍ପତ୍ତି ହେବ। ତେଣୁ ଏବେ ଫେବୃଆରୀ ଶେଷ ସୁଦ୍ଧା ହୋଇପାରେ ନୂଆ ଘୋଷଣା ବୋଲି ଅନୁମାନ କରାଯାଉଛି। ଏସବୁ ପଦ ପଦବୀ ବାଣ୍ଟିବା ପାଇଁ ଆଉ ଚାପ ପକାଇ ପାରିବେନି ଧର୍ମେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ଇଛାରେ କାମ କରିବାକୁ ମୋଦି କ୍ଷମତା ଦେଇଛନ୍ତି। ତେଣୁ ଆଗକୁ କିଏ କିଏ ଏହି ଆସନରେ ବସିବେ ଆଉ ମୋହନ ମାଝୀ କାହାକୁ ଭରସା କରିବେ , ତାହା ଦେଖିବାକୁ ବାକି ରହିଲା।



ZEE7 ODIA is one of the Odisha's Leading 24/7 Information Channel Covering the latest news , affairs, Entertainment and Spiritual matters.


________________________________________________

🔹CONTACT US🔹


Email : zee7odia@gmail.com

WhatsApp No : 8984355505


Post a Comment

0 Comments