ଭାରତର ପ୍ରଧାନମନ୍ତ୍ରୀ ପଦରୁ ମୋଦିଙ୍କୁ ହଟାଇବାକୁ ଶପଥ କଲେ ଡୋନାଲ୍ଡ ଟ୍ରମ୍ପ୍ ! Donald Trump | Narendra Modi
ମୋଦି ଭାରତର ପ୍ରଧାନମନ୍ତ୍ରୀ ରହିଲେ ଆମେରିକା ସରକାରଙ୍କର କଣ କ୍ଷତି ହେଉଛି
ହଁ ଦର୍ଶକ ବନ୍ଧୁ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହଟାଇବା ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲା ଆମେରିକା। ତେଣୁ ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ରହିଲେ ଆମେରିକାର କଣ ଅସୁବିଧା ହେଉଛି ବୋଲି ପ୍ରଶ୍ନ ଉଠିଛି।
ନିର୍ବାଚନରେ କିଛି ନିର୍ଦ୍ଦିଷ୍ଟ ଦଳ ପାଇଁ ଖର୍ଚ୍ଚ ହୋଇଥିଲା ଆମେରିକୀୟ ପାଣ୍ଠି। ନିଜେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏଭଳି ବିସ୍ଫୋରକ ବୟାନ ଏବେ ଚହଳ ସୃଷ୍ଟି କରିଛି। ଏହାକୁ ଏନେଇ ଭାରତ ସରକାର ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି।
ଜୋ ବାଇଡେନଙ୍କ ନେତୃତ୍ଵାଧୀନ ଆମେରିକାର ପୂର୍ବ ସରକାର ଭାରତରେ ନିର୍ବାଚନୀ ହସ୍ତକ୍ଷେପ ନେଇ ଅଭିଯୋଗ ଆଣିଛନ୍ତି ଡୋନାଲ୍ଡ ଟ୍ରମ୍ପ।
ଭାରତରେ କ୍ଷମତାରେ ଥିବା ବିଜେପି ସରକାରକୁ ହଟାଇବା ଉଦ୍ଦେଶ୍ୟରେ ଆମେରିକାର ଟଙ୍କା ବ୍ୟବହାର ହୋଇଥିଲା ବୋଲି ଟ୍ରମ୍ପ ବୟାନ ଦେଇଛନ୍ତି । ଯାହା ଜଣା ପଡ଼ିବା ପରେ ଆମେରିକାର ଷଡ଼ଯନ୍ତ୍ର ଏବେ ପଦାରେ ପଡ଼ି ଯାଇଛି।
କାହିଁକି ଭାରତର ଭିତିରି ମାମଲାରେ ଆମେରିକା ମୁଣ୍ଡ ଖେଳାଉଛି କହି ବିଜେପି କର୍ମୀ ମାନେ ବି ରାଗି ଯାଇଛନ୍ତି।
ଯୁକ୍ତରାଷ୍ଟ୍ର ଆମେରିକାର ଏଜେନ୍ସି ଫର୍ ଇଣ୍ଟରନାସନାଲ ଡେଭଲପମେଣ୍ଟ ଭାରତ ସମେତ ଏକାଧିକ ଗଣତାନ୍ତ୍ରିକ ରାଷ୍ଟ୍ରର ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବା ପାଇଁ କାର୍ଯ୍ୟ କରୁଥିଲା। ଜୋ ବାଇଡେନଙ୍କ ପ୍ରଶାସନ ପକ୍ଷରୁ ଏହାକୁ ପୂର୍ଣ୍ଣ ସମର୍ଥନ ମଧ୍ୟ ମିଳିଥିଲା। ଭାରତର ନିର୍ବାଚନୀ ପ୍ରକ୍ରିୟାକୁ ପ୍ରଭାବିତ କରିବା ପାଇଁ ଆମେରିକା ପକ୍ଷରୁ ୨୧ ମିଲିୟନ ଡଲାର ପାଣ୍ଠି ଦିଆଯାଇଥିଲା ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ।
ଅନ୍ୟପଟେ ଟ୍ରମ୍ପଙ୍କ ବୟାନ ପରେ ଭାରତ ସରକାର ଆମେରିକାର ଏହି କାର୍ଯ୍ୟକଳାପକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଏନେଇ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ବୟାନ ଜାରି ହୋଇଛି।
ଆମେରିକାର ପ୍ରଶାସନ ଦ୍ଵାରା ଭାରତୀୟ ନିର୍ବାଚନକୁ ନେଇ କିଛି କାର୍ଯ୍ୟକଳାପ ଏବଂ ପାଣ୍ଠି ଦେବା ସମ୍ପୂର୍ଣ୍ଣ ଭାବରେ ନିନ୍ଦନୀୟ। ଭାରତର ଆଭ୍ୟନ୍ତରୀଣ ମାମଲାରେ ବିଦେଶୀ ହସ୍ତକ୍ଷେପକୁ ନେଇ ଚିନ୍ତା ସୃଷ୍ଟି ହୋଇଛି।
ଆମେରିକାର ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ ବକ୍ତବ୍ୟ ଦେଇ USAID ସଂସ୍ଥାକୁ ସମାଲୋଚନା କରିଥିଲେ। ତାଙ୍କର ବୟାନ ପରେ ଉଭୟ ଭାରତ ଓ ଆମେରିକାରେ ରାଜନୈତିକ ସ୍ତରରେ ଚହଳ ସୃଷ୍ଟି ହୋଇଛି। ତେବେ ସେହି ଟଙ୍କା କେମିତି ବଣ୍ଟା ଯାଇଛି ଆଉ କେଉଁ ଦଳ ମାନଙ୍କୁ ଦିଆ ଯାଇଛି ସେ ବିଷୟରେ କିଛି ସୂଚନା ମିଳିନି।
ZEE7 ODIA is one of the Odisha's Leading 24/7 Information Channel Covering the latest news , affairs, Entertainment and Spiritual matters.
________________________________________________
Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair
🔹CONTACT US🔹
Email : zee7odia@gmail.com
Whatsapp No : 8984355505
0 Comments