ପୁଣି ମାର୍ଚ୍ଚରେ ହେବ ଲକଡାଉନ୍ ମାଡ଼ୁଛି ଭୟଙ୍କର ଭୂତାଣୁ ଚିନ୍ତାରେ ବୈଜ୍ଞାନିକ ଓ ସରକାର ! Lockdown | Bat Virus | ZEE7 ODIA
ମାଡ଼ି ଆସୁଛି ଭୟଙ୍କର ମହାମାରୀ , ପୁଣି ହୋଇପାରେ ଲକଡାଉନ୍ !
ଲାଗୁଛି ମାଳିକା ବଚନ ଅତି ଶୀଘ୍ର ସତ ହେବା ପାଇଁ ଯାଉଛି , ଆଉ ସେଥିରେ କରାଯାଇଥିବା ଭବିଷ୍ୟବାଣୀ ଆଖିରେ ଆଖିରେ ଘଟିବା ପାଇଁ ଯାଉଛି। ପୁଣିଥରେ ସାରା ପୃଥିବୀରେ ମହାମାରୀ ଭୟ ସୃଷ୍ଟି ହୋଇଛି ଆଉ ସାରା ମଣିଷ ଜାତି ସଙ୍କଟରେ ପଡ଼ିଛି।
ପୁଣିଥରେ ମାଡ଼ି ଆସୁଛି ଭୟଙ୍କର ମହାମାରୀ । ପୁଣି ସେହି ଚୀନ ଦେଶରୁ, ସେହି ଉହାନ ଇନଷ୍ଟିଚ୍ୟୁଟ୍ ରୁ ବାହାରିଛି । ତେଣୁ ଏବେ ବୈଜ୍ଞାନିକଙ୍କ ଟେନସନ୍ ବଢିଲାଣି । ଆଉଥରେ ହେବ ଲକଡାଉନ୍ ବୋଲି ହୁରି ପଡ଼ି ଗଲାଣି ? କାରଣ ପୁଣିଥରେ ଚୀନରେ ଦେଖାଦେଇଛି ଆଉ ଏକ ଭାଇରସ୍ । ଉହାନ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ କରୋନା ଭଳି ଆଉ ଏକ ଭାଇରସକୁ ଆବିଷ୍କାର କରିଛନ୍ତି । ଏହା ମଧ୍ୟ କୋଭିଡ୍ ଭଳି ପ୍ରଥମେ ବାଦୁଡ଼ିଙ୍କ ଶରୀରରେ ଦେଖାଦେଇଛି । ଫଳରେ ଏହାର ନାଁ ରହିଛି ବାଟ୍ ଭାଇରସ୍ । ତେବେ ସବୁଠାରୁ ଚିନ୍ତାଜନକ କଥା ହେଉଛି ଏହି ଭାଇରସର କରୋନା ସହିତ ସମାନତା ରହିଛି ଓ ଏହା ମଧ୍ୟ ମଣିଷ ଶରୀରକୁ ସଂକ୍ରମିତ କରିବାର କ୍ଷମତା ରଖିଛି ।
ତେଣୁ ପାପୀ ମଣିଷ ଏବେ ତାର ଫଳ ପାଇବାକୁ ଯାଉଛି ବୋଲି ଚର୍ଚ୍ଚା ଚାଲିଛି। ଜୀବନ ଜୀବିକା ପୁଣିଥରେ ବିପଦରେ ପଡ଼ିଛି।
ତେବେ ବର୍ତ୍ତମାନ ସୁଦ୍ଧା ବାଟ୍ ଭାଇରସରେ କୌଣସି ମଣିଷ ସଂକ୍ରମିତ ହୋଇନାହାନ୍ତି । ହେଲେ ଏହି ଭାଇରସ୍ ମଣିଷର ରିସେପ୍ଟର ସହିତ ଯୋଡି ହୋଇପାରେ, ଫଳରେ ଏହା ପ୍ରାଣୀଙ୍କଠାରୁ ମଣିଷକୁ ବ୍ୟାପିବାର ସମ୍ଭାବନା ରହିଛି ବୋଲି ବୈଜ୍ଞାନିକମାନେ ସନ୍ଦେହ କରୁଛନ୍ତି । ଯଦି ଏମିତି ହୁଏ ତାହାଲେ ପୁଣିଥରେ ଲକଡାଉନ୍ ହୋଇପାରେ ଆଉ ସାରା ବିଶ୍ୱରେ ହାହାକାର ପରିସ୍ଥିତି ଉପୁଜି ପାରେ।
ତେଣୁଏହା ଉପରେ ବାରମ୍ଵାର ଗବେଷଣା ଚାଲିଛି, ଯାହାଦ୍ଵାରା ଭବିଷ୍ୟତରେ ଯେ କୌଣସି ବିପଦକୁ ଯେପରି ରୋକାଯାଇ ପାରିବ । ତେବେ ଏହି ଭାଇରସ୍ ମଧ୍ୟ କୋଭିଡ୍ ଭଳି ଜ୍ୱର ଏବଂ କାଶ, ନିଶ୍ୱାସ ନେବାରେ କଷ୍ଟ, ଗଳା ବିନ୍ଧା, ଶରୀର ଯନ୍ତ୍ରଣା ଲକ୍ଷଣ ଦେଖାଇପାରେ ବୋଲି ଜଣାପଡିଛି ।
ଏହି ଭାଇରସ୍ ମାନବ କୋଷ, ଫୁସଫୁସ ଏବଂ ଅନ୍ତନଳୀର ଟିସୁକୁ ସଂକ୍ରମିତ କରିପାରେ । ତେବେ ଏହା ମହାମାରୀର ରୂପ ନେଇପାରିବାର କ୍ଷମତା ରଖିଛି କି ନାହିଁ ସେନେଇ ଗବେଷଣା ଚାଲିଛି । ଯଦି ଏହି ଭାଇରସଟି ଭବିଷ୍ୟତରେ ମ୍ୟୁଟେଟ୍ ହୁଏ ତେବେ ଏହାଦ୍ୱାରା ମଣିଷ ମାନେ ସଂକ୍ରମିତ ହୋଇପାରନ୍ତି । ଯଦି ଜଣେ ବ୍ୟକ୍ତି ସଂକ୍ରମିତ ବାଦୁଡ଼ି କିମ୍ବା ତା'ର ଲାଳ, ମୂତ୍ର କିମ୍ବା ମଳ ସଂସ୍ପର୍ଶରେ ଆସେ ତେବେ ଏହା ସେ ବ୍ୟକ୍ତିକୁ ସଂକ୍ରମିତ କରିପାରେ ବୋଲି ଜଣାପଡିଛି ।
ତେବେ ମଣିଷକୁ ସଂକ୍ରମିତ ହେବା ଆରମ୍ଭ ହେଲେ ମଣିଷ ଜାତି ପାଇଁ ଭୟଙ୍କର ବିପଦ ପଡ଼ିବ ବୋଲି ଆଶଙ୍କା କରାଯାଉଛି।
#ZEE7ODIA is one of the Odisha's Leading 24/7 Information Channel Covering the latest news , affairs, Entertainment and Spiritual matters.
________________________________________________
Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair
🔹CONTACT US🔹
Email : zee7odia@gmail.com
Whatsapp No : 8984
355505
0 Comments